ଭାରସାମ୍ୟ ହରାଇ ଦୁର୍ଘଟଣା: ବାଇକ ଆରୋହୀ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡ଼ା ଫାଣ୍ଡି ଅନ୍ତର୍ଗତ ବିଲା ସାହାରପଡ଼ା ରାସ୍ତାର ବରବେଡା ବାଙ୍କ ନିକଟରେ ଭାରସାମ୍ୟ ହରାଇ ଜଣେ ଦୁର୍ଘଟଣା ଘଟିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ହେଲେ ତୁରୁମୁଙ୍ଗା ଥାନା ରାମଚନ୍ଦ୍ରପୁର ଗାଁର ସରୋଜ କୁମାର ମହାନ୍ତ(୧୮)। ମଙ୍ଗଳବାର ଅପରାହ୍ନରେ ବାଇକ ନେଇ ସାହାରପଡ଼ା ଯାଉଥିବା ବେଳେ ବାଙ୍କ ନିକଟରେ ଭାରସାମ୍ୟ ହରାଇ ପଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କରଞ୍ଜିଆ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।