ମୁହାଁ ମୁହିଁ ଧକ୍କା ଫଳରେ ପୋଲ ତଳକୁ ଖସିପଡ଼ିଲା ୨ଟି ବାଇକ୍; ଜଣେ ମୃତ, ୨ ଗୁରୁତର

ନୀଳଗିରି,ଏନ୍ଏନ୍ଏସ୍: ପୋଲ ତଳକୁ ଖସିଗଲା ୨ ବାଇକ୍। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ନୀଳଗିରି ସନ୍ତରାଗଡ଼ିଆ ରାସ୍ତାର ଜୁରିଆପାଟଣା ଛକ ନିକଟରେ ଦୁଇଟି ବାଇକରେ ୩ଜଣ ଯାଉଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ଦୁଇଟି ପୋଲ ତଳକୁ ଖସି ପଡ଼ିଥିଲା।

ଗାଁ’ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟ ଦୁଇଜଣ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପୁଲିସ ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ ସହ ତଦନ୍ତ ଆରମ୍ଭ କରିଛି।