ବାଇକ୍ ଦୁର୍ଘଟଣାରେ ଜଣେ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଟାଇଁସର ଗ୍ରାମରେ ଏକ କ୍ରିକେଟ ମ୍ୟାଚରେ ଖେଳ ସାରି ତିଳେଇବଣି ଗ୍ରାମର ସୋନମ ନାଥ (୨୩) ନିଜ ବାଇକରେ ତାପସ ରଣାଙ୍କ ସହ ଘରକୁ ଫେରୁଥିବାବେଳେ ଡାଇଭରସନରେ ଚଢି ଯାଇଯାଇ ତଳେ ପଡିଯାଇଥିଲେ। ସ୍ଥାନୀୟଲୋକେ ଉଭୟଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋନମଙ୍କ ମୃତ୍ୟୁ ଘଟିଥିବା ବେଳେ ତାପସ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡିଛି।