ବାଇକ୍ ଦୁର୍ଘଟଣାରେ ୨ ମୃତ

ଫୁଲବାଣୀ/ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଳା ଟିକାବାଲି ଥାନା ଅଞ୍ଚଳରେ ରବିବାର ସଂନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ୨ ଜଣଙ୍କ ନାମ ରିଙ୍କୁ ପ୍ରଧାନ, କଂସ ପ୍ରଧାନ ଓ ଆହତ ଯୁବକଙ୍କ ନାମ ସାଗର ପ୍ରଧାନ। ତାଙ୍କୁ ଚିକିତ୍ସା ପାଇଁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ୨ଟି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି। ସେମାନଙ୍କ ଘର ଟିକାବାଲି ଥାନା ଅନ୍ତର୍ଗତ ବୁର୍ବିନାଜୁ ଅଞ୍ଚଳରେ ବୋଲି ଥାନା ସୂତ୍ରରୁ ପ୍ରକାଶ। ରବିବାର ଏକ ବାଇକ୍ରେ ଏହି ୩ ଜଣ ବ୍ୟକ୍ତି ନିଶାଶକ୍ତ ହୋଇ ଟିକାବାଲି ଅଭିମୁଖେ ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା।