ବିକାନିର ଲ୍ୟାଣ୍ଡ୍ ଡିଲ୍ ମାମଲା: ଆଗାମୀ ଶୁଣାଣି ସେପ୍ଟେମ୍ବର ୨୬ରେ

ରାଜସ୍ଥାନ,ଏନ୍ଏନ୍ଏସ୍: ବିକାନିର ଲ୍ୟାଣ୍ଡ୍ ଡିଲ୍‌ ମାମଲାରେ ଗୁରୁବାର ଯୋଧପୁର କୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ରବର୍ଟ ଭଦ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଯାଞ୍ଚର ସାମ୍ନା କରୁଥିବାବେଳେ ଗୁରୁବାର ହୋଇଥିବା ଶୁଣାଣିରେ ଆଡିସନାଲ୍‌ ସଲିସିଟର ଜେନେରାଲ ଆରଡି ରସ୍ତୋଗୀ ଆପତ୍ତି ଉଠାଇଛନ୍ତି। ଲଗାତାର କୋର୍ଟରେ ଏହି ମାମଲାର ଶୁଣାଣି କରାଯାଉଥିବା ବେଳେ ମାମଲାଟିର ଯାଞ୍ଚ ପ୍ରକ୍ରିୟାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବା କହିଛନ୍ତି ଆରଡି ରସ୍ତୋଗୀ

ଅନ୍ୟପଟେ ରବର୍ଟ ଭଦ୍ରାଙ୍କ ଗିରଫ ଉପରେ ଲଗାଯାଇଥିବା ରୋକ୍‌ ହଟାଇବାକୁ କୋର୍ଟରେ ଆବେଦନ କରିଛି ଇଡି। ପୂର୍ବରୁ ଅଗଷ୍ଟ ୨୨ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଆଗାମୀ ଶୁଣାଣି ସେପ୍ଟେମ୍ବର ୨୬ରେ ହେବ। ଗୁରୁବାର ହୋଇଥିବା ଶୁଣାଣି ସମୟରେ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ରବର୍ଟ ଭଦ୍ରାଙ୍କ ପକ୍ଷରୁ ଲଢୁଥିବା ଓକିଲ କୁଳଦୀପ ମାଥୁର ଅଦାଲତଠାରୁ ଅଧିକ ସମୟ ମାଗିଛନ୍ତି।