ବିଜୁପଟ୍ଟନାୟକ କ୍ରୀଡ଼ା ସାହାସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

କ୍ରୀଡ଼ା ପାଇଁ ପ୍ରମୋଦ ଭଗତ ଓ ସାହାସିକତା ପାଇଁ ଭଦ୍ରା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁପଟ୍ଟନାୟ କ୍ରୀଡ଼ା ଓ ସାହାସିକତା ସମ୍ମାନ ପ୍ରଦାନ କରିଛନ୍ତି। କ୍ରୀଡ଼ା ପାଇଁ ପାରାବ୍ୟାଡ଼ମିଣ୍ଟନରେ ବିଶ୍ୱ ଚମ୍ପିଅନସିପ୍ ହାସଲ କରିଥିବା ପ୍ରମୋଦ ଭଗତ ଓ ସାହାସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତି ଭଦ୍ରାଙ୍କୁ ବିଜୁପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି। ଉଭୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଛନ୍ତି।