ବିଜୁ ଯୁବ-ଛାତ୍ର ସମ୍ମିଳନୀ ଅନୁଷ୍ଠିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ସ୍ଥାନୀୟ ପ୍ରଧାନପାଟ ସ୍ଥିତ ବସନ୍ତନିବାସ ଡ଼ାକବଙ୍ଗଳା ଠାରେ ଆଜି ବିଜୁ ଯୁବ-ଛାତ୍ର ଜନତା ଦଳର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ. ନଳିନୀ କାନ୍ତ ପ୍ରଧାନଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ସମ୍ବଲପୁର ଜୋନାଲ ସଭାପତି ମିଲନ କୁମାର ହୋତା, ଛାତ୍ର ଜନତା ଦଳ ଜୋନାଲ ପର୍ଯ୍ୟବେକ୍ଷକ ସତୀଶ କୁମାର ହୋତା ପ୍ରମୁଖ ଯୋଗଦେଇ ଉପସ୍ଥିତ ଯୁବ-ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ ଓ ଛାତ୍ର ସମାଜ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପକୁ ବିସ୍ତୃତ ଭାବେ ଉପସ୍ଥାପନା କରିବା ସହ ଆଗାମୀ ଦିନରେ ଦଳକୁ ଏକ ନମ୍ବର ଦଳରେ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ। ସମସ୍ତ ଅତିଥିଙ୍କୁ ଦଳ ପକ୍ଷରୁ ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପୂର୍ବରୁ ଏକ ବାଇକ ଶୋଭାଯାତ୍ରାରେ ଦଳୀୟ ଯୁବ କର୍ମୀମାନେ ଅତିଥିମାନଙ୍କୁ ପାଛୋଟିଆଣି ଶିଶୁ ଉଦ୍ୟାନ ପରିସରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ସଭା ସ୍ଥଳକୁ ପାଛୋଟି ନେଇଥିଲେ।

ମଞ୍ଚରେ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସଭାର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ଜିଲ୍ଲା ପରିଷଦ ସଦସ୍ୟା ନୀସାନୀ ବେହେରା, ଜିଲ୍ଲା ବିଜେଡି ଯୁବ ସଭାପତି ପ୍ରତାପ କୁମାର ଦେବ, ଜିଲ୍ଲା ବିଜୁ କୃଷକ ସେଲ ସଭାପତି ଇଂ. ଚିତ୍ତ ରଞ୍ଜନ ପ୍ରଧାନ, ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଇଂ. ସୁଜିତ କୁମାର ପ୍ରଧାନ, ବରିଷ୍ଠ ଦଳୀୟ ସଦସ୍ୟ ତଥା ଆଇନଜୀବୀ କାମାକ୍ଷା ପ୍ରସାଦ ଗଙ୍ଗଦେବଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଯୁବ ଓ ଛାତ୍ର କର୍ମୀମାନଙ୍କୁ ଉଦବୋଧନ ଦେବା ସହ ଆଗାମୀ ଦିନରେ ଜିଲ୍ଲାରେ ନେତୃତ୍ୱ ନେବାକୁ ଉତ୍ସାହିତ କରିଥିଲେ।