ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜୁ ପଟ୍ଟନାୟକଙ୍କ ଜ୍ୱାଇଁ ସୋନୀ ମେହେତାଙ୍କ ମଙ୍ଗଳବାର ପରଲୋକ ଘଟିଛି। ୭୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ଲଣ୍ଡନର କାମବ୍ରିଜରେ ଛାତ୍ରବୃତ୍ତି ମଧ୍ୟ ପାଇ ଇତିହାସ ଓ ଇଂରାଜୀ ସାହିତ୍ୟରେ ଡିଗ୍ରୀ ହାସଲ କରିଥିଲେ। ତେବେ ସେ ବିଜୁପଟ୍ଟନାୟକଙ୍କ ଝିଅ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ଦ୍ଦେଶକ ଏବଂ ଲେଖିକା ଗୀତା ମେହେତାଙ୍କୁ ବିବାହ କରିଥିଲେ।
ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେକପ୍ରକାଶ କରିବା ସହ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ସମ୍ପାଦକ ତଥା ବିଶିଷ୍ଟ ବ୍ୟକ୍ତି କହି ସମ୍ବୋଧନ କରିଛନ୍ତି। ଏଥିସହ ତାଙ୍କ ଆତ୍ମାର ସଦ୍ଗତି ପାଇଁ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।