ରିଲିଜ୍ ହେଲା ‘ବିଜଲି କି ତାର୍’

ସିଙ୍ଗର୍ ଟୋନି କକ୍କରଙ୍କ ନୂଆ ଗୀତ ‘ବିଜଲି କି ତାର୍’ ରିଲିଜ୍ ହୋଇଛି। ରିଲିଜ୍ ହେବା ମାତ୍ରେ ଏହି ଗୀତଟି ୟୁଟ୍ୟୁବରେ ଖୁବ୍ ଚାଲିଛି। ରିଲିଜ୍ ହେବାର ମାତ୍ର କେତେ ଘଣ୍ଟାରେ ଗୀତଟିକୁ ଦେଖିଛନ୍ତି ୧୬ ଲକ୍ଷରୁ ଅଧିକ ଶ୍ରୋତା-ଦର୍ଶକ। ବଲିଉଡ୍ ସୁନ୍ଦରୀ ଊର୍ବଶୀ ରୌତେଲାଙ୍କ ଉପରେ ପିକଚରାଇଜ୍ ହୋଇଛି ଏ ଗୀତ। ଟୋନି କକ୍କରଙ୍କ ଏହି ଲୋକପ୍ରିୟ ଗୀତଟିକୁ ରିଲିଜ୍ କରିଛି ଟି-ସିରିଜ୍। ଟୋନି ଏ ଗୀତରେ ନିଜର ସୁରିଲା ଆୱାଜ୍ ଦେଇଛନ୍ତି। ଗୀତଟିକୁ ସେ କମ୍ପୋଜ କରିଛନ୍ତି ଏବଂ ଲେଖିଛନ୍ତି ମଧ୍ୟ। ଶୈବି ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି।

ଗୀତ ଦୃଶ୍ୟରେ ଦେଖିବାକୁ ମିଳୁଛି ବାଇକ୍ ଚଳାଉଛନ୍ତି ଊର୍ବଶୀ। ଏଥିରେ ଖୁବ୍ ଜଲୱା ଦେଖାଇଛନ୍ତି ସେ। କେବଳ ସେତିକି ନୁହେଁ, ବାଇକ୍ ଉପରେ ଊର୍ବଶୀ ଖୁବ୍ ସୁନ୍ଦର ଷ୍ଟଣ୍ଟ ବି କରୁଥିବା ଦେଖିବାକୁ ମିଳୁଛି। ଟି-ସିରିଜ୍ ଏହି ଗୀତଟିକୁ ‘ଇଲେକ୍ଟ୍ରିଫାଇ ସଙ୍ଗ୍ ଅଫ୍ ଦ ଇୟର୍’ ବୋଲି ଦର୍ଶାଇଛି।

ଟୋନିଙ୍କ ସମ୍ପର୍କରେ କହିରଖୁଛୁ, ସେ ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ଭାଇ। ଟୋନିଙ୍କ ଗୀତଗୁଡ଼ିକ ଗତ କିଛି ଦିନ ଭିତରେ ସୋସିଆଲ୍ ମିଡିଆରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଟୋନିଙ୍କ କ୍ରେଜି ଗୀତ ଭିତରେ ରହିଛି ‘କୋକାକୋଲା ତୁ..’। ସେହିପରି ଟୋନି ଗାଇଥିବା ଆଉ ଏକ ସଫଳ ଗୀତ ହେଉଛି ‘ଧିମେ ଧିମେ…’। ଏ ଗୀତଟିକୁ ବି ବେଶ୍ ପସନ୍ଦ କରିଛନ୍ତି ଦର୍ଶକ-ଶ୍ରୋତା।