ବିଜେପୁର ଉପନିର୍ବାଚନ ପାଇଁ ୩ ଦଳର ପ୍ରାର୍ଥିପତ୍ର ଦାଖଲ ଶେଷ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପୁର ଉପନିର୍ବାଚନ ପାଇଁ ସୋମବାର ୩ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ ହୋଇସାରିଛି। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ତାଙ୍କ ସମର୍ଥକଙ୍କ ଗହଣରେ ଯାଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ସମୟରେ କଂଗ୍ରେସ ନେତା ପ୍ରଦୀପ ମାଝୀ, ପ୍ରଦୀପ ଦେବତା, ସୌମରେନ୍ଦ୍ର ମିଶ୍ରଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତଥିଲେ। ଏହାପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଦଳୀୟ କର୍ମୀଙ୍କ ଗହଣରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏହି ଅବସରରେ ଉଭୟ ଦଳ ପକ୍ଷରୁ ଏକ ନିଡାମ୍ବରର ଭାବେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ଅକ୍ଟୋବର ୨୧ରେ ବିଜେପୁରରେ ଭୋଟ ହେବ ଓ ୨୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।