ବିଜେପୁର ଉପନିର୍ବାଚନ ପାଇଁ ଯାଞ୍ଚ କଡ଼ାକଡ଼ି, ଛତିଶଗଡ ବ୍ୟବସାୟୀଙ୍କ ଗାଡିରୁ ୧୯ ଲକ୍ଷ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୧ତାରିଖରେ ବିଜେପୁର ଉପନିର୍ବାଚନ ହେବାକୁଥିବାବେଳେ ଏ ନେଇ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଳମ୍ବିତ ରାତ୍ରିରେ ଗାଡି ଯାଞ୍ଚବେଳେ ଏକ ଗାଡିରୁ ୧୯ଲକ୍ଷ ଟଙ୍କା ପୁଲିସ ଜବତ କରିଛି।

ସୂଚାନ ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ବରପାଲି ପୁଲିସ ପକ୍ଷରୁ ଯାଞ୍ଚ ହେଉଥିବାବେଳେ ଛତିଶଗଡ଼ର ଜଣେ ବ୍ୟବସାୟୀ ପରାଗ ଅଗ୍ରୱାଲଙ୍କ ଗାଡିରୁ ୧୯ଲକ୍ଷ ଟଙ୍କା ଜବତ ହୋଇଛି । ତେବେ ଟଙ୍କା ଜବତ କରିବା ପରେ ସମ୍ପୃକ୍ତ ଗାଡ଼ି ଓ ବ୍ୟବସାୟୀଙ୍କୁ ପୁଲିସ ଛାଡି ଦେଇଛି । ବିଜେପୁର ଉପନିର୍ବାଚନକୁ ନେଇ ମାହୋଲ ଗରମ ଥିବାବେଳେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଓ କୁଆଡେ ଯାଉଥିଲା ସେ ନେଇ ଯାଞ୍ଚ ହେଉଛି।

ଅନ୍ୟପଟେ ନିର୍ବାଚନରେ ବିଜେପୁର ସରଗରମ ହେଉଛି। ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ଆଜି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଆସି ନିର୍ବାଚନ ପ୍ରଚାର କରିବେ। ସକାଳ ୧୧ଟାରେ ଗାଇସିଲଟ ବ୍ଲକ ତଳପାଲିଠାରେ ସାଧାରଣ ସଭାରେ ସେ ଯୋଗଦେବେ । ଅପରାହ୍ନ ୧ଟାରେ ବିଜେପୁର ବ୍ଲକ୍ ଲାଉମୁଣ୍ଡାରେ ତାଙ୍କର ରୋଡ଼୍ ସୋ’ କାର୍ୟ୍ୟକ୍ରମ ସ୍ଥିର ହୋଇଛି। ସେହିପରି ଅପରାହ୍ଣ ୪ଟାରେ ବରପାଲି ବ୍ଲକ୍ ଅଗଲପୁରରେ ଆଉ ଏକ ସାଧାରଣ ସଭାରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।