ବିଜେପୁର ଉପନିର୍ବାଚନ ଯୁଦ୍ଧ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପୁର ଉପନିର୍ବାଚନ ପାଇଁ ଆଉ ଅଳ୍ପଦିନ ଥିବାବେଳେ ୩ ଦଳ ମଧ୍ୟରେ ଜେରଦାର ପ୍ରଚାର ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ଏ ନେଇ ବିଜେଡି ନେତା ରୀତା ସାହୁ ଓ ବିଜେଡି କର୍ମୀଙ୍କ ସହ ୭ଟି ପଞ୍ଚାୟତର ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବତନ ନେତା ସ୍ନେହାଙ୍ଗିନୀ ଛୁରିଆ ଓ ସଞ୍ଜୟ ଦାସ ବର୍ମା ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି।

ଅନ୍ୟପଟେ ବିଜେପି ପକ୍ଷରୁ ବିଜେପୁରରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ଏଥିରେ ଷ୍ଟାର ପ୍ରଚାରକ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି। ଏ ନେଇ ଧର୍ମେନ୍ଦ୍ର ପ୍ରଧାନ ଗାଁ ଗାଁ ବୁଲି ଭୋଟ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜୀଳି ଓ ବିଜେପୁରରୁ ଜିତିଥିବାବେଳେ କାହିଁକି ବିଜେପୁରକୁ ଛାଡ଼ିଲେ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ବିଜେଡ଼ି ବିଜେପୁରର କ’ଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ବିଂଝାରପୁର ବ୍ଲକ୍ର ବିଧାୟିକା ପ୍ରମିଳା ମଲ୍ଲିକ ଭବିଷ୍ୟବାଣୀ କରିିଛନ୍ତି। ସେ କହିଛନ୍ତି ଗତ ନିର୍ବାଚନ ଅପେକ୍ଷା ଏଥର କମ୍ ଭୋଟ ପାଇବ ବିଜେଡି। ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ଲକ୍ଷ ୧୦ହଜାର ୬୦୪ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ସନତ ଗଡ଼ତିଆ ୫୩ହଜାର ୪୮୨ଖଣ୍ଡ ଭୋଟ ପାଇଥିଲେ। ସେହିପରି ଏଥର ନିର୍ବର୍ାଚନରେ ରୀତା ସାହୁ ୩୫ହଜାର ଭୋଟରେ ବିଜୟ ହାସଲ କରିବେ ବୋଲି ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ଏଥିସହ ବିଜେପୁର ପାଇଁ କେନ୍ଦ୍ରମନ୍ତ୍ରୀ ଯେତେ ପ୍ରଚାର କଲେ ମଧ୍ୟ ପ୍ରଭାବ ପଡ଼ିବ ନାହଁ ବୋଲି ସେ କହିଛନ୍ତି।