ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କୋର୍ଡିନେସନ କମିଟି ଗଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ବିଜେଡିର କୋର୍ଡିନେସନ କମିଟି । ଉକ୍ତ କମିଟିରେ ଅଛନ୍ତି ବରିଷ୍ଠ ନେତା ନିରଞ୍ଜନ ପୁଜାରୀ, ସୁଶାନ୍ତ ସିଂ, କଲିକେଶ ନାରାୟଣ ସିଂଦେଓ ଓ ସଞ୍ଜୟ ଦାସ ବର୍ମା । ସୂଚନ।। ଥାଉକି ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଏବଂ ହିଞ୍ଜିଳିରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ୨ଜାଗାରୁ ବିଜୟ ଲାଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବିଜେପୁର ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇଥିଲେ।