ବିଜୟ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ବାପ ପୁଅ ଗିରଫ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତରାଉତରାଗଡ଼ିଆ ଗ୍ରାମରେ ଗତ ୧୯ ତାରିଖ ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୁରୁ ମହାରଣା ଏବଂ ତାଙ୍କ ବାପା ନୀଳମଣି ମହାରଣା।

ସୂଚନାକ୍ରମେ ଗାଁ’ ରାସ୍ତାରେ ବାଲି ପକାଇବା କାରଣରୁ ଏହି ଗଣ୍ଡୋଗଳ ହୋଇଥିଲା। ଏଥିରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କମୃତ୍ୟୁ ହୋଇଥିଲା। ବିଜୟଙ୍କ ଭାଇ ଯୁଧିଷ୍ଠିରଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏସ୍‌ପିଙ୍କନିର୍ଦ୍ଦେଶରେ ଏସଡିପିଓ ଜଳନ୍ଧର ଜାଲିଙ୍କ ତତ୍ତ୍ୱାବଧାନରେ ୨ଟି ଟିମ ଗଠନ କରାଯାଇ ତଦନ୍ତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଇନ୍ସପେକ୍ଟର ପ୍ରଜ୍ଞା ମହାନ୍ତି ଓ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ନୀଳମଣିଙ୍କୁ ଚରମ୍ପା ଓ ଗୁରୁଙ୍କୁ ଭୁବନେଶ୍ୱରର କଳ୍ପନା ଛକ ଅଞ୍ଚଳରୁ ଗିରଫ କରାଯାଇଥିବା ଅତିରିକ୍ତ ଏସ୍‌ପି କୈଳାସ ପରିଡ଼ା ସୂଚନା ଦେଇଛନ୍ତି। ସେହିପରି ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଏସ୍‌ପି ସୂଚନା ଦେଇଛନ୍ତି।