ଆରପାରିରେ କାଳିଆ

ମୁମ୍ବାଇ,ଏଜେନ୍ସ: ହିନ୍ଦି ଫିଲ୍ମ ସୋଲେରେ କାଳିଆ ଭୂମିକାରେ ନଜର ଆସିଥିବା ବିଜୟ ଖୋଟେଙ୍କସୋମବାର ମୃତ୍ୟୁ ହୋଇଛି। ୭୭ ବର୍ଷ ବୟସରେ ଆଜି ମୁମ୍ବାଇସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ତେବେ ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବିଜୟ ହିନ୍ଦି ଓ ମରାଠିର ୩୦୦ରୁ ଊଦ୍ଧ୍ୱର୍ ଫିଲ୍ମ କରିଛନ୍ତି। ୧୯୭୫ରେ ରିଲିଜ ହୋଇଥିବା ସୋଲେ ଫିଲ୍ମରେ ସେ କାଳିଆର ଚରିତ୍ରରେ ଥିଲେ। ଏଥି ସହିତ ଅନ୍ଦାଜ ଆପନାଆପନାନଗୀନାକୁରବାନିଗୋଲମାଲ– ୩, ପୁକାରଇନସାନ ଆଦି ଫିଲ୍ମରେ ଅଭିନୟ କରିଥିଲେ।