ବିହାରର ପୂର୍ବତନ ଶିକ୍ଷାମନ୍ତ୍ରୀ ମେୱାଲାଲ ଚୌଧୁରୀଙ୍କ ପରଲୋକ

ପାଟଣା,ଏନ୍ଏନ୍ଏସ୍: ବିହାରର ପାଟଣାରେ ଜେଡିୟୁ ବିଧାୟକ ଏବଂ ପୂର୍ବତନ ଶିକ୍ଷା ମନ୍ତ୍ରୀ ଡାକ୍ତର ମେୱାଲାଲ ଚୌଧୁରୀଙ୍କ ପରଲୋକ ହୋଇଯାଇଛି। ସେ ୩ ଦିନ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମିତ ହେବା ପରେ ଜେଡିୟୁ ବିଧାୟକ ସ୍ଥାନୀୟ ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିିଁ। ଡାକ୍ତର ମେୱାଲାଲ ଚୌଧୁରୀ ତାରାପୁର ବିଧାନସଭା ଆସନରୁ ଜେଡିୟୁ ବିଧାୟକ ଥିଲେ।

ସୂଚନାଯୋଗ୍ୟ ଯେ, ସମଗ୍ର ଦେଶ ସମେତ ବିହାରରେ ମଧ୍ୟ କିଛି ଦିନ ହେବ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରତିଦିନ କରୋନାର ନୂଆ ରେକର୍ଡ ବାହାରୁଛି। ରାଜ୍ୟରେ ସଂକ୍ରମଣର ସ୍ଥିତି ଉଦବେଗଜନକ ଥିବାରୁ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।