କରୋନାରେ ପ୍ରାଣ ହରାଇଲେ ବିହାର ସରକାରଙ୍କ ମୁଖ୍ୟ ସଚିବ

ପାଟନା,ଏଜେନ୍ସି: ମହାମାରୀ କରୋନାର ସଂକ୍ରମଣ ବଢିଚାଲି ଥିବାବେଳେ ଥମୁନି ମୃତ୍ୟୁର ତାଣ୍ଡବ। ଏବେ ବିହାର ସରକାରଙ୍କ ମୁଖ୍ୟ ସଚିବ ଅରୁଣ କୁମାର ସିଂହଙ୍କ ପରଲୋକ ଘଟିଛି। ଅରୁଣ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କର ଚିକିତ୍ସା ଜାରି ରହିଥିଲା।

ଅରୁଣ କୁମାର ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସିଂହ। ଏହା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ରବି ଶଙ୍କର ଚୌଧୁରୀଙ୍କ କରୋନାରେ ଦେହାନ୍ତ ହୋଇଥିଲା। ୧୯୮୫ ବ୍ୟାଚ ଆଇଏଏସ ଅଧିକାରୀ ଅରୁଣ କୁମାର ସିଂହ ମୁଖ୍ୟ ସଚିବ ପୂର୍ବରୁ ବିହାର ବିକାଶ ଆୟୁକ୍ତ ଥିଲେ। ଚଳିତ ବର୍ଷ ତାଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ସୂଚନା ଅନୁଯାୟୀ ୧୫ ଏପ୍ରିଲରେ ଅରୁଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ତାଙ୍କୁ ପାଟନାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।