ଆଜି ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ

ପାଟନା, ଏଜେନ୍ସି:  ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ । ୧୬ ଟି ଜିଲ୍ଲାର ୭୧ ଟି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ମୋଟ୍ ୧ ହଜାର ୬୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨ କୋଟି ୧୪ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାଂଝିଙ୍କ ସମେତ  ଜୟ କୁମାର ସିଂହ, ଶୈଳେଶ କୁମାର, ସନ୍ତୋଷ ନିରାଲା,କ୍ରିଷ୍ଣା ନନ୍ଦନ ବର୍ମା, ରାମନାରାୟଣ ମଣ୍ଡଳ, ବିଜୟ କୁମାର ସିଂହ୍ନା ଓ ବ୍ରିଜ୍ କିଶୋର ବିନ୍ଦଙ୍କ ଭଳି ୮ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କର ଏହି ପର୍ଯ୍ୟାୟରେ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ ।