ବିହାରରେ ଏଲଜେପି ଏନଡିଏ ମେଣ୍ଟରେ ନାହିଁ : ବିଜେପି

ପାଟନା,ଏଜେନ୍ସି: ବିହାରରେ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଏକାକୀ ବିଧାନସଭା ନିର୍ବାଚନ ଲଢୁଛି। ଏହି ଦଳ ଏନଡିଏ ମେଣ୍ଟରେ ନାହିଁ ବୋଲି ବିଜେପି ସ୍ପଷ୍ଟ କରିଦେଇଛି। ବିହାର ବିଜେପି ଭାରପ୍ରାପ୍ତ ଭୂପେନ୍ଦ୍ର ଯାଦବ ଶନିବାର ଏଠାରେ କହିଛନ୍ତି, ରାଜ୍ୟରେ ବିଜେପି-ଜେଡିୟୁ ମିଶି ନିତିଶକୁମାରଜୀଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଛନ୍ତି। ତେଣୁ ଏଲଜେପି ନେତା ଚିରାଗ ପାଶୱାନ ଲୋକଙ୍କୁ ବିଭ୍ରାନ୍ତ ସୃଷ୍ଟି ନକରନ୍ତୁ। ଉଲ୍ଲେଖଯୋଗ୍ୟ ଗତ ଶୁକ୍ରବାର ଚିରାଗ କହିଥିଲେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହନୁମାନ’। ଚିରାଗଙ୍କ ଏଭଳି ମନ୍ତବ୍ୟରେ ରାଜ୍ୟ ବିଜେପି ପକ୍ଷରୁ ଏକ ସ୍ପଷ୍ଟିକରଣରେ କୁହାଯାଇଛି, ରାଜ୍ୟରେ ଏଲଜେପି ଏନଡିଏ ମେଣ୍ଟରେ ନାହିଁ।