ପାଟଣାଗଡ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ତମିଆଁ ଗ୍ରାମର ବିଘ୍ନରାଜ ପୁଟେଲ ହତ୍ୟା ଘଟଣାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଶୁକୃ ପୁଟେଲକୁ ଲରମ୍ଭା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାନୁସାରେ ଗତ ୨୮/୦୩/୨୦୨୨ ଦିନଠାରୁ ବିଘ୍ନରାଜ ପୁଟେଲ ନିଖୋଜ ଥିଲେ ପରେ ୩୦/୦୩/୨୦୨୨ ଦିନ ଲରମ୍ଭା ଥାନାରେ ତାଙ୍କ ସ୍ତ୍ରୀ ଆରତୀ ପୁଟେଲ ଏକ ନିଖୋଜ ରିପୋର୍ଟ ଦେଇଥିଲେ। ୩୧/୦୩/୨୦୨୨ ଦିନ ବିଘ୍ନରାଜଙ୍କ ମୃତଦେହ ତମିଆଁ ଗାଁ ସ୍ଥିତ ଅଡକ ନାଳାରୁ ପୋଲିସ ଉଦ୍ଧାର କରିଥିଲା। ସେହିଦିନ ମୃତକ ବିଘ୍ନରାଜଙ୍କ ପୁତୁରା ରତନ ପୁଟେଲ ହତ୍ୟା କରାଯାଇଥିବା ନେଇ ଏକ ମାମଲା ଦେଇଥିଲେ ଏହି ଘଟଣାରେ ୦୨/୦୪/୨୦୨୨ ଦିନ ଅଭିଯୁକ୍ତ କୈଲାଶ ପୁଟେଲ (୨୩) ଓ ଆରତୀ ପୁଟେଲ(୨୭) ଙ୍କୁ ଲରମ୍ଭା ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।
ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ଶୁକୃ ପୁଟେଲ ଫେରାର ଥିଲା ପୋଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଲରମ୍ଭା ଥାନାଧିକାରୀ ରାଜେନ୍ଦ୍ର ବେହେରା ଓ ତାଙ୍କ ଟିମ ଗତକାଲି ୦୭/୦୪/୨୦୨୨ ଦିନ ଭବନେଶ୍ୱର ସ୍ଥିତ ବାଲିଅନ୍ତା ଥାନା ଅଂଚଳରେ ଗୋଟିଏ ଇଟାଭାଟିରେ ଚଢଉ କରି ଆସାମୀ ଶୁକୃ ପୁଟେଲ (୧୯)କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଥିବା ଏସଡିପିଓ ପାଟଣାଗଡ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି।