ପଟିଆ ବିଗବଜାରକୁ ସିଲ୍ କଲା ବିଏମସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ପଟିଆ ଠାରେ ଥିବା ବିଗ୍ ବଜାରକୁ ଗୁରୁବାର ସିଲ୍ କରାଯାଇଛି । ପାର୍କିଂ ସୁବିଧା ଓ ସୁରକ୍ଷା ମାନକକୁ ପାଳନ କରି ନ ଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବିଗବଜାର ବିଲ୍ଡିଂକୁ ସିଲ କରାଯାଇଛି । ବିଏମସିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ ବିଗ୍ ବଜାରକୁ ସିଲ୍ କରାଯାଇଥିବା କମିଶନ ପକ୍ଷରୁ କୁହାଯାଇଛି ।