ସେମିଲିଗୁଡ଼ା ପୁଲିସକୁ ବଡ଼ ସଫଳତା; ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାର ସେମିଲିଗୁଡ଼ା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଧରିବାରେ ବଡ ସଫଳତା ପାଇଥିବା ଜଣାପଡ଼ିଛି। ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ସେମିଲିଗୁଡା ଥାନାର ଭାରପ୍ରାପ୍ତ ନିରୀକ୍ଷକ ଧୀରେନ କୁମାର ବେହେରା ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ସେମିଲିଗୁଡ଼ା ଥାନା ଅନ୍ତର୍ଗତ କକ୍ରୀଗୁଡ଼ା ଛକରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ମହେନ୍ଦ୍ର ପିକ୍ଅପ୍ (ଓଆର-୧୦ଇ-୬୫୪୮) ଜିପକୁ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଥିବା ପୁଲିସ ଜାଣିବାକୁ ପାଇଥିଲେ।

୧ ହଜାର କେଜି ଓଜନର ଗଞ୍ଜେଇ ଜବତ କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏଥିସହ ପୁଲିସ କୁନ୍ଦୁଲିର ପରମେଶ, ମାଲିପୁଟର କାର୍ତ୍ତିକା ଚପାଡି, ଗୋପାଳ ଭୋଇ ଓ ଶ୍ୟାମ ଭୋଇ ଏବଂ ପରଜାବୁରୁଦା ଗ୍ରାମର ଦାମୁ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଥିଲେ।