ହିନ୍ଦେନବର୍ଗ ମାମଲାରେ ଅଦାନୀ ଗ୍ରୁପକୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ହିନ୍ଦେନବର୍ଗ ମାମଲାରେ ଅଦାନୀ ଗ୍ରୁପକୁ ବଡ଼ ସଫଳତା ମିଳିଛି । ସୁପ୍ରିମକୋର୍ଟଙ୍କ ତରଫରୁ ଗଠିତ ହୋଇଥିବା ବିଶେଷଜ୍ଞ କମିଟିକୁ ଅଦାନୀ ଗ୍ରୁପ ବିରୋଧରେ ଯାଞ୍ଚରେ କୌଣସି ପ୍ରମାଣ ମିଳିନାହିଁ । ଯାଞ୍ଚ କମିଟି ସେବୀର ୪ ରିପୋର୍ଟସ ସମ୍ବନ୍ଧରେ ମଧ୍ୟ କୋର୍ଟ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଏହି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି ।
ବିଶେଷଜ୍ଞ କମିଟି ନିଜ ଯାଞ୍ଚ ରିପୋର୍ଟରେ କହିଛି ଯେ, ଅଦାନୀ ଗ୍ରୁପ ଷ୍ଟୋକ ଏକ୍ସଚେଞ୍ଜ ସମ୍ବନ୍ଧରେ ସମସ୍ତ ଜରୁରୀ ସୂଚନା ପ୍ରଦାନ କରିଥିଲେ । ଅଦାନୀ ଗ୍ରୁପର ସେୟାର ପୂର୍ବରୁ ହିଁ ଆଡିସନାଲ ସର୍ବିଲାନ୍ସ ମେଜର୍ସର ଦୃଷ୍ଟି ଆଢ଼ୁଅଳରେ ଥିଲା । ସେବୀ ଯେଉଁ ରିପୋର୍ଟ ଇଡିକୁ ପ୍ରଦାନ କରିଛି ସେଥିରେ ମଧ୍ୟ ଅଦାନୀ ଗ୍ରୁପ ବିରୋଧରେ କୌଣସି ଆରୋପ ଲଗାଇ ନାହିଁ । ଏହା ଅଦାନୀ ଗ୍ରୁପ ପାଇଁ ଏକ ଆଶ୍ୱସ୍ତିକର ଖବର ।