ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ କେବଳ ଏହି ୨ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱର କ୍ରିକେଟ ପ୍ରେମୀ ଅପେକ୍ଷା କରିଛନ୍ତି । କିନ୍ତୁ ଏହି ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିପାରେ । ସେପ୍ଟେମ୍ବର ୧୦ ତାରିଖରେ ଏହି ମ୍ୟାଚ ଖେଳାଯିବ । କିନ୍ତୁ ସେଦିନ କଲମ୍ବୋରେ ବର୍ଷାର ବିପଦ ରହିଛି । ଏମିତିରେ ଯଦି ମ୍ୟାଚ ନହୁଏ ତା’ହେଲେ ପରିଣାମ କ’ଣ ହେବ ସେନେଇ ସମସ୍ତେ କୟାସ ଜାରି ରଖିଛନ୍ତି । କିନ୍ତୁ ଏବେ ଏନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ସେପ୍ଟେମ୍ବର ୧୦ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଏକମାତ୍ର ଏମିତି ମୁକାବିଲା ଯେଉଁଥିରେ ଏସିଆ କପ ୨୦୨୩ ସୁପର ୪ ରାଉଣ୍ଡରେ ରିଜର୍ଭ ଡେ’ ରଖାଯାଇଛି । ସେଥିପାଇଁ ଯଦି ସେପ୍ଟେମ୍ବର ୧୦ରେ ବର୍ଷା ହୁଏ ତେବେ ସେପ୍ଟେମ୍ବର ୧୧ରେ ମ୍ୟାଚ ଖେଳାଯିବ ।