ନୌସେନାରେ ବଡ ଅଦଳବଦଳ, ୱେଷ୍ଟର୍ଣ୍ଣ କମାଣ୍ଡ ଚିଫ୍ ହେଲେ ଆର. ହରି କୁମାର

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ନୌସେନାରେ ବଡ ଅଦଳବଦଳ। ମୁମ୍ବାଇରେ ନୂତନ ୱେଷ୍ଟର୍ଣ୍ଣ କମାଣ୍ଡ ଚିଫ୍‌ ଭାବେ ନିଯୁକ୍ତ ହୋଇଛନ୍ତି ଭାଇସ ଆଡମିରାଲ ଆର. ହରି କୁମାର। ନୌସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆର. ହରି କୁମାର ମାର୍ଚ୍ଚ ୧ରେ ୱେଷ୍ଟର୍ଣ୍ଣ ନାଭାଲରେ କମାଣ୍ଡର ଇନ ଚିଫ ଭାବେ ଯୋଗ ଦେବେ। ଅଜିତ କୁମାରଙ୍କ ସ୍ଥାନରେ ହରି କୁମାର ଏହି ଦାୟିତ୍ୱ ଗ୍ରହଣ କରିବେ। ତେବେ ଅଜିତ ଫେବୃଆରୀ ୨୮ରେ ନିଜ ପଦରୁ ଅବସର ନେଉଛନ୍ତି।

ସେହିପରି ଇଷ୍ଟର୍ଣ୍ଣ ନାଭି ଚିଫ ଭାଇସ ଆଡମିରାଲ ଅତୁଲ ଜୈନଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ସେ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ୍‌ର ନେତୃତ୍ୱ ନେବେ। ଭାଇସ ଆଡମିରାଲ ଏବି ସିଂହଙ୍କ ସ୍ଥାନରେ ଅତୁଲ ଜୈନଙ୍କୁ ନିଯୁକ୍ତ କରାଯାଇଛି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ରୂପେ ରିଅର ଆଡମିରାଲ ବି ଶ୍ରୀନିବାସଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜି ଯୁଦ୍ଧ ଜାହାଜ ପ୍ରୋଜେକ୍ଟ ଦାୟିତ୍ୱ ଦିଆଯାଇଛି। ସେ ପରମାଣୁ ସୁରକ୍ଷାର ଇନ୍ସପେକ୍ଟର ଜେନେରାଲ ଦାୟିତ୍ୱ ମଧ୍ୟ ତୁଲାଇବେ।