ବଡ଼ ଭାଇ ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ବାଂଶୁପାଳ ଶାଗପାଲି ଗାଁ ସିନ୍ଧୁ ସାହିରେ ଏଭଳି ଅଘଟଣ ଘଟିଛି। ହତ୍ୟା ପରେ ଅଭିଯୁକ୍ତ ବଡ଼ଭାଇ ନୟାକୋର୍ଟରେ ଆତ୍ମସମର୍ପଣ କରିଛି। ଗତକାଲି ସିନ୍ଧୁ ସାହିର ଚୌଧୁରୀ ପାତ୍ର ଓ ତାଙ୍କ ସାନଭାଇ ଅଜୟ ପାତ୍ରଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା।

ଏଥିରେ ବଡ଼ଭାଇ ଉତକ୍ଷୀପ୍ତ ହୋଇ ବଡ଼ଭାଇ ଚୌଧୁରୀ ସାନଭାଇ ଅଜୟଙ୍କ ବେକକୁ ଟାଙ୍ଗିଆରେ ଚୋଟ ମାରିଥିଲା। ତେବେ ଘଟଣାସ୍ଥଳରେ ସାନଭାଇ ଅଜୟର ମୃତ୍ୟୁ ହୋଇଥିଲା। ସେହିପରି ଏ ସମ୍ପର୍କରେ ବାପା ନୟାକୋଟ ଥାନାରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ବଡ଼ଭାଇ ଥାନାରେ ଆତ୍ମସମର୍ପଣ କରିଛି। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।