ଡାକ୍ତରମାନଙ୍କ ଉଦ୍ୟମକୁ ପ୍ରଶଂସା କରି ‘କୁଲି’ ଗୀତ ଉତ୍ସର୍ଗ କଲେ ବିଗ୍ ବି

ମୁମ୍ବାଇ: ମାରାତ୍ମକ କରୋନା ଭୂତାଣୁ ବିରୋଧରେ ଲଢ଼େଇରେ ସାରା ବିଶ୍ୱରେ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବାକୁ ବିଗ୍ ବି ଅମିତାଭ ବଚ୍ଚନ୍ ପ୍ରଶଂସା କରିଛନ୍ତି। ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।
ଶୁକ୍ରବାର ସକାଳେ ବିଗ୍ ବି ଏକ କାର୍ଟୁନ୍ ଅଂଶୀଦାର କରିଛନ୍ତି ଯେଉଁଥିରେ ଜଣେ ଡାକ୍ତର ଆଟଲାସ୍ ପରି କାନ୍ଧରେ ଗ୍ଲୋବ ଧରିଥିବାର ଦେଖାଯାଇଛି।

ତେବେ ଏହି କାର୍ଟୁନକୁ ନେଇ ଅଭିନେତା କହିଛନ୍ତି ଯେ ଏହି ବ୍ୟଙ୍ଗଟି ତାଙ୍କୁ “କୁଲି” ଚଳଚ୍ଚିତ୍ରର “ସାରେ ଦୁନିଆକା ବୋଝ ହମ ଉଠାତେ ହେଁ’ ଗୀତକୁ ମନେ ପକାଉଛି। ଏଥିରେ ନେଟେନିଜେନ୍ସ ମଧ୍ୟ ସହମତି ପ୍ରକାଶ କରିବା ସହ ସମସ୍ତ ଅସୁବିଧା ମଧ୍ୟରେ ଡାକ୍ତରମାନେ ପ୍ରକୃତରେ ବହୁତ ଭଲ କାମ କରୁଛନ୍ତି ବୋଲି କହିଛନ୍ତି।