କରୋନା ଭୂତାଣୁର ସାମ୍ନା କରିବାକୁ ଉଦ୍‌ବୋଧନ ଦେଲେ ବିଗ୍‍ ବି ଅମିତାଭ ବଚ୍ଚନ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁକୁ ନେଇ ସାରା ଦେଶ ଭୟଭୀତ ଥିବା ବେଳେ ଲୋକମାନଙ୍କୁ ଏହାକୁ ଦୃଢ଼ତାର ସହ ସାମ୍ନା କରିବାକୁ ବିଗ୍ ବି ଅମିତାଭ ବଚ୍ଚନ ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି। ଏ ନେଇ ସେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲୋକମାନେ ଏହାକୁ ଭୟ ନ କରି ଏହାକୁ ଦୃଢ଼ ଦମ୍ଭରେ ମୁକାବିଲା କରିବା ପାଇଁ କହିଛନ୍ତି। ଏହି ଭିଡିଓରେ ସେ ପଞ୍ଜାବି ଭାସାରେ ଲୋକମାନଙ୍କୁ ଉଦବୋଧନା ଦେଇଛନ୍ତି। ଏହି ଭିଡିଓଟିକୁ ଏକ ସାଏରୀ ଢଙ୍ଗରେ ଲୋକଙ୍କୁ ଭେଟି ଦେଇଛନ୍ତି।

ସେ ଏଥିରେ କହିଛନ୍ତି ଯେ କରୋନାରୁ ବଞ୍ଚିବା ପାଇଁ ନାନା ଲୋକେ ନାନା ପ୍ରକାର ଉପଚାର କହୁଥିବା ବେଳେ ଆମେ କେଉଁଟାକୁ ଠିକ୍ ଭାବିବୁ ଓ ଏହା ଭାବିବା ବେଳକୁ କିଏ କହୁଛି ହାତକୁ ଭଲ ଭାବରେ ଧୁଅ ଓ କାହାସହ ମିଳାମିଶା କରନାହିଁ, ତେବେ କେଉଁଟାକୁ ପାଳିବୁ। ଆମେ ଜାଣିଛୁ କରୋନାକୁ ଆମର ଭୟ ନାହିଁ ସେ ଆସିଲେ ଆମେ ଠେଙ୍ଗା ଦେଖାଇବୁ ବୋଲି କହିଛନ୍ତି।