ପୁଟିନଙ୍କୁ ବାଇଡେନ୍‌ଙ୍କ ଦାମୀ ସନ୍‌ଗ୍ଲାସ ଉପହାର

ଜେନିଭା,ଏଜେନ୍ସି: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇତିମଧ୍ୟରେ ରୁଷ ପ୍ରତିପକ୍ଷ ଭ୍ଲାଡିମୀର ପୁଟିନଙ୍କୁ ଏକ ଦାମୀ ସନ୍‌ଗ୍ଲାସ ଉପହାର ଦେଇଛନ୍ତି। ନିକଟରେ ଏହି ଦୁଇ ନେତା ଜେନିଭାରେ ଅନୁଷ୍ଠିତ ଶିଖର ବୈଠକରେ ପରସ୍ପରକୁ ସାକ୍ଷାତ କରିଥିଲେ। ସାଧାରଣତଃ ଫାଇଟର ପାଇଲଟଙ୍କ ପାଇଁ ଉଦ୍ଦିଷ୍ଟ କଷ୍ଟମ ଏଭିଏଟର ସନ୍‌ଗ୍ଲାସକୁ ବାଇଡେନ୍ ବିଶେଷ କ୍ଷେତ୍ରରେ ବ୍ୟବହାର କରିଥାନ୍ତି। ଏହାବ୍ୟତୀତ ବାଇଡେନ୍‌ଙ୍କ ତରଫରୁ କ୍ରିଷ୍ଟାଲ ନିର୍ମିତ ବାଇସନ୍ ପ୍ରତିମୂର୍ତ୍ତି ମଧ୍ୟ ପୁଟିନଙ୍କୁ ଦିଆଯାଇଛି।