ପଞ୍ଚାୟତ ନିର୍ବାଚନ ନିୟମରେ ସଂଶୋଧନ

  • ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିୟମରେ ସଂଶୋଧନ ହୋଇଛି। ଏନେଇ ଗେଜେଟ୍ ନୋଟିଫିକେଶନ୍ ପ୍ରକାଶ ପାଇଛି। ପ୍ରାର୍ଥୀ କିମ୍ବା ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସ ସିଲ୍ ହେବ। ଭୋଟ୍ ପରେ ପ୍ରିଜାଇଡିଂ ଅଫିସର୍ ବାଲାଟ୍ ବକ୍ସ ସିଲ୍ କରିବେ। ସବୁ କାଗଜପତ୍ରକୁ ନେଇ ସ୍ୱତନ୍ତ୍ର ସିଲ୍ଡ ପ୍ୟାକେଟ୍ କରାଯିବ। ଏହି ସ୍ୱତନ୍ତ୍ର ସିଲ୍ଡ ପ୍ୟାକେଟକୁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯିବ। ଏହାପରେ ପ୍ରାର୍ଥୀ କିମ୍ବା ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ତାରିଖରେ ଗଣତି ହେବ।