ଭୂମିଧର ବର୍ମନଙ୍କ ପରଲୋକ

ଗୁଆହାଟୀ,ଏଜେନ୍ସି: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂମିଧର ବର୍ମନଙ୍କର ରବିବାର ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ୯୧ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୯୬ ଓ ୨୦୧୦ରେ ସେ ସ୍ୱଳ୍ପ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୯୬ରେ ହିତେଶ୍ୱର ସାଇକିଆଙ୍କ ମୃତ୍ୟୁ ପରେ ଭୂମିଧର ଏପ୍ରିଲ ୨୨ରୁ ମେ’ ୧୪ ପର୍ଯ୍ୟନ୍ତ ଏବଂ ୨୦୧୦ରେ ତରୁଣ ଗୋଗୋଇ ହୃଦ୍ପିଣ୍ଡ ଅସ୍ତ୍ରୋପଚାର ପାଇଁ ବାହାରକୁ ଯାଇଥିବାବେଳେ ଭୂମିଧର କାମଚଳା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ଉଭୟ ସାଇକିଆ ଓ ଗୋଗୋଇଙ୍କ ମନ୍ତ୍ରିମଣ୍ଡଳରେ ଭୂମିଧର କ୍ୟାବିନେଟ ମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ।