ରାଣୀ ଦୁର୍ଗାମତୀଙ୍କ ରୂପରେ ଭୂମି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୂମି ପେଡନେକରଙ୍କ ନୂଆ ଫିଲ୍ମ ‘ଦୁର୍ଗାମତୀ’ର ଟ୍ରେଲର ରିଲିଜ ହୋଇଛି। ହରର୍ ଓ ଥ୍ରିଲରରେ ପୂର୍ଣ୍ଣ ଏହି ଫିଲ୍ମରେ ଭୂମି ଏକ ଭିନ୍ନ ରୂପରେ ନଜର ଆସିଛନ୍ତି। ଫିଲ୍ମରେ ସେ ଚଞ୍ଚଲ ଚୌହାନ ନାମ ଜଣେ ଝିଅର ଭୂମିକାରେ ଅଭିନୟ କରିଛନ୍ତି। ସୋସିଆଲ ମିଡିଆରେ ଭୂମିଙ୍କ ଏହି ନୂଆ ଅବତାରକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଜି ଅଶୋକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ‘ଦୁର୍ଗାମତୀ’ ଫିଲ୍ମରେ ଭୂମିଙ୍କ ବ୍ୟତୀତ ଅରସଦ ବାରସୀ, ମାହୀ ଗିଲ, କରଣ କପାଡ଼ିଆ ନଜର ଆସିଛନ୍ତି। ଅକ୍ଷୟ କୁମାର ଓ ଭୂଷଣ କୁମାର ପ୍ରଯୋଜନା ଭାର ସମ୍ଭାଳିଥିବାବେଳେ ଶଙ୍କର-ଏହସାନ- ଲୟ ସଙ୍ଗୀତରେ ସଜାଇଛନ୍ତି। ଫିଲ୍ମଟି ଆସନ୍ତା ଡିସେମ୍ବର ୧୧ ତାରିଖରେ ରିଲିଜ ହେବ।