ଚର୍ଚ୍ଚାରେ ଭୂମି ଓ ଅନନ୍ୟାଙ୍କ ଫାଷ୍ଟଲୁକ୍

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଅପକମିଂ ମୁଭି ‘ପତି ପତ୍ନୀ ଔର୍ ୱୋ’ରେ ଭୂମି ପେଦନେକର ଓ ଅନନ୍ୟା ପାଣ୍ଡେଙ୍କ ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଉଭୟଙ୍କ ପୋଷ୍ଟର ରିଲିଜ୍ ହେବା ମାତ୍ରେ ଖୁବ୍ ଭାଇରାଲ୍ ହୋଇଛି। ଦୁହିଁଙ୍କ ଲୁକକୁ ନେଇ ଖୁବ୍ ଚର୍ଚ୍ଚା ହେବା ସହିତ ଲାଇକ୍ ଓ କମେଣ୍ଟ ମଧ୍ୟ କରିଛନ୍ତି ପ୍ରଶଂସକ। କିଛି ଦିନ ତଳେ ଫିଲ୍ମର ମେଲ୍ ଲିଡ୍ କାର୍ତ୍ତିକ ଆର୍ଯ୍ୟନ୍ ନିଜ ପୋଷ୍ଟର୍ ଲଞ୍ଚ୍ କରିଥିଲେ। ସେତେବେଳେ ଯେତିକି ଚର୍ଚ୍ଚା ହୋଇଥିଲା, ଭୂମି ଓ ଅନନ୍ୟାଙ୍କ ଲୁକ୍ ସେହି ଚର୍ଚ୍ଚାକୁ ବଳିଯାଇଛି।

ଏ ଫିଲ୍ମରେ ପତି ଚରିତ୍ରରେ ଅଛନ୍ତି କାର୍ତ୍ତିକ। ତାଙ୍କର ପତ୍ନୀ ପାଲଟିଛନ୍ତି ଭୂମି ଓ ‘ୱୋ’ ଅର୍ଥାତ୍ ପ୍ରେମିକା ଚରିତ୍ର ନିର୍ବାହ କରିଛନ୍ତି ଅନନ୍ୟା। ପୋଷ୍ଟରରେ ଭୂମି ସବୁଜ ରଙ୍ଗର ଶାଢ଼ି ପିନ୍ଧି ଖୁବ୍ ଆକର୍ଷଣୀୟ ଲାଗୁଥିବାବେଳେ ହଳଦିଆ ରଙ୍ଗର ଟପ୍ ପରିଧାନ କରି ଚମକୁଛନ୍ତି ଅନନ୍ୟା। କାର୍ତ୍ତିକ ନିଜ ପୋଷ୍ଟର୍ ଲଞ୍ଚ୍ କରିବା ସହିତ ଫିଲ୍ମର ରିଲିଜ୍ ତାରିଖ ବି ଘୋଷଣା କରିଦେଇଛନ୍ତି। ଚଳିତ ବର୍ଷ ଡିସେମ୍ବର ୬ ତାରିଖରେ ଫିଲ୍ମଟି ରିଲିଜ୍ ହେଉଛି। ଏହି ଫିଲ୍ମଟି ୧୯୭୮ରେ ମୁକ୍ତିପ୍ରାପ୍ତ ‘ପତି ପତ୍ନୀ ଔର୍ ୱୋ’ର ରୂପାନ୍ତରଣ। ସତୁରୀ ଦଶକର ଏହି ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ ସଞ୍ଜୀବ କୁମାର, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର୍।