ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସକାଳୁ ରାଜ୍ୟରେ ଯେଉଁ୧୦୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସେଥିରୁ ୨ଜଣ ଭୁନେଶ୍ୱରର ଥିଲେ। ସେଥିମଧ୍ୟରୁ କମିସନରେଟ ପୁଲିସର ଜଣେ କର୍ମଚାରୀ କରୋନା ପଜିଟିଭ ବୋଲି ଜଣାପଡ଼ିଛିି। ଏନେଇ ଟ୍ୱିଟ ଯୋଗେ କମିସନରେଟ ପୁଲିସ ସୂଚନା ଦେଇଛନ୍ତି। ସମ୍ପୃକ୍ତ କର୍ମଚାରୀ ଜଣକ ୩୬ ବର୍ଷୀୟ ବ୍ୟକ୍ତି। ସେ ନିକଟରେ ଛୁଟିରେ ଯାଇ ଫେରିଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଆଜି ଯାହାର ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲା। ଏବେ ତାଙ୍କୁ କରୋନା କେୟାର ସେଣ୍ଟରରେ ରଖାଯାଇଛି। ସେ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି।