ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଚାର୍ଯ୍ୟ ବିହାରରେ ଥିବା ଆରଟିଓ-୧ ସ୍ଥିତ ନୂଆ ବିଲ୍ଡିଂର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ଫଳରେ ଲୋକେ ଉନ୍ନତ ମାନର ସେବା ପାଇବେ। ଡ୍ରାଇଭିଂ ଲାଇସେନ୍ସ କ୍ଷେତ୍ରରେ ଲୋକେ ବେଶ ସୁବିଧା ପାଇପାରିବେ। ଏଥିପାଇଁ ଏକ ସ୍ମାର୍ଟ-କ୍ୟୁ ବ୍ୟବସ୍ଥା ଆରମ୍ଭ କରାଯାଇଛି।
ଡ୍ରାଇଭିଂ ଲାଇସେନ୍ସ ପାଇଁ ‘ସାରଥୀ’ ୱେବସାଇଟ ଜରିଆରେ ଅନଲାଇନରେ ବୁକିଂ ହେଉଛି। ଅନଲାଇନରେ ସ୍ଲଟ ବୁକିଂ ହେଉଛି। ଯଦି କେହି ଅନଲାଇନରେ କରିପାରୁ ନାହାନ୍ତି, ଆରଟିଓ ଅଫିସ ଆସିଲେ ସ୍ଲଟ ବୁକିଂ ହେଇପାରିବ। ସେହିପରି ‘ବାହାନ’ ସର୍ଭିସ ଜରିଆରେ ଯେଉଁମାନେ ଆରସି ବୁକ୍, ପରମିଟ୍, ଗାଡି କାଗଜ ପତ୍ର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ମଧ୍ୟ ଆସି ନିଜ କାମ କରିପାରିବେ। କାଉଣ୍ଟରରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ସାରା ରାଜ୍ୟରେ ଭୁବନେଶ୍ୱର ଆରଟିଓ-୧ରେ ଏହି ବ୍ୟବସ୍ଥାର କରାଯାଇଥିବା ବେଳେ ଆଜି ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖୁବଶୀଘ୍ର ଗଞ୍ଜାମ, ଭଦ୍ରକ, କଟକ, ପୁରୀ, ବାଲେଶ୍ୱର ଓ କଟକରେ ଆରମ୍ଭ ହେବ।
ଅନ୍ୟ ପକ୍ଷରେ ରାଜ୍ୟ ଅତିଥି ଭବନର ମଧ୍ୟ ନୂଆ କୋଠା ଏବଂ ଡୁମ୍ଡୁମା ସ୍ଥିତ ଆଇଟିସି ହୋଟେଲକୁ ମଧ୍ୟ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ରାଜ୍ୟ ଅତିଥି ଭବନର ନିର୍ମାଣ ନେଇ ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫୪୮୮ ସ୍କ୍ରୋଏର ମିଟର ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଇଛି।