ନୟାଗଡବାସୀଙ୍କ ପାଇଁ ଖୁସିର ଦିନ, ଗଡିଲା ଭୁବନେଶ୍ୱର-ନୟାଗଡ ସେବା ଏକ୍ସପ୍ରେସ୍ ଟ୍ରେନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହୋଇଛି । ନୂଆଦିଲ୍ଲୀ ଠାରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଭିଡିଓ କନଫରେନ୍ସିଂ ଜରିଆରେ ବହୁ ପ୍ରତିକ୍ଷିତ ସେବା ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି ।

ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ ଛାଡିବା ସହ ନୟାଗଡରେ ରାତି ୮ଟା ୪୫ର ପହଁଚିବ । ଏତତ୍ ବ୍ୟତୀତ ଫେରିବା ରୁଟରେ ଏହା ନୟାଗଡ ଟାଉନଠାରୁ ସକାଳ ୬ଟା ୩୦ ମିନିଟରେ ବାହାରି ଭୁବନେଶ୍ୱରରେ ସକାଳ ୯ଟାରେ ପହଁଚିବ । ଏହି ସେବା ଟ୍ରେନ ପାଇଁ ଅନ୍ୟ ସୁବିଧାକୁ ଦେଖି ପୂର୍ବରୁ ନୟାଗଡ-ଖୋର୍ଦ୍ଧା ରୁଟ ଦେଇ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନଗୁଡିକର ସମୟରେ ପରିବର୍ତ୍ତନ ହୋଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେବା ଏକ୍ସପ୍ରେସ ସମେତ ଆହୁରି ୯ଟି ସେବା ଏକ୍ସପ୍ରେସକୁ ଶୁଭାରମ୍ଭ କରିଛନ୍ତି ।