ଭୁବନେଶ୍ୱରରେ ବିଧାୟକଙ୍କ କ୍ୱାର୍ଟର୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ ରାଜ୍ୟ By Nitidin Last updated Dec 12, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୁଣା ଏମଏଲଏ କ୍ୱାର୍ଟର୍ସ ଭଙ୍ଗାଯାଇ ସେଠାରେ ନୂତନ ଆପାର୍ଟମେଣ୍ଟ ତିଆରି ହେବ। ଏ ନେଇ ବୁଧବାର ଠାରୁ ବିଧାନସଭା ନିକଟରେ ଥିବା ଏମଏଲଏ କ୍ୱାର୍ଟର୍ସରେ ଭଙ୍ଗାଭଙ୍ଗି କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ୪୨ କ୍ୱାର୍ଟର୍ସକୁ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି। ସେଥିମଧ୍ୟରୁ ୨୩ଟି ଖାଲି ଅଛି। ତେବେ ଖାଲିଥିବା କ୍ୱାର୍ଟର୍ସଗୁଡ଼ିକୁ ଭଙ୍ଗାଯିବା ପାଇଁ ପାଣି ଓ ବିଦ୍ୟୁତ୍ ସଂଯୋଗ କଟା ହେଉଛି। ବିଧାନସଭା ନିକଟରେ ୨୦ ଏକର ଜମି ଉପରେ ଏହି ୭୨ଟି କ୍ୱାର୍ଟର୍ସ ରହିଛି। ଯେଉଁଥିରୁ ୧୨ଏକର ଜମି ଉପରେ ବିଧାୟକଙ୍କ ରହିବା ପାଇଁ ୮ଟି ବ୍ଲକ୍ ବିଶିଷ୍ଟ ୧୦ମହଲା ଆପାର୍ଟ ମେଣ୍ଟ ନିର୍ମାଣ ହେବ। ପୂର୍ବରୁ ଘର ଖାଲି କରିବାକୁ ବିଧାୟକମାନଙ୍କୁ ବାଚସ୍ପତି ନୋଟିସ ଜାରି କରିଥିଲେ। ତେବେ ନୋଟିସ ପରେ ମଧ୍ୟ କେତେବେ ବିଧାୟକମାନେ କ୍ୱାର୍ଟର୍ସ ଖାଲି କରିନଥିବା ଜଣାପଡ଼ିଛି। Share