ମାର୍କେଟ ବିଲ୍ଡିଂରେ ମାତିଲେ ମୁଖାପିନ୍ଧା ଦୁର୍ବୃତ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଚଳାଇଲେ ମୁଖା ପିନ୍ଧା ଦୁର୍ବୃତ୍ତ। ମାର୍କେଟ ବିଲ୍ଡିଂରେ ବ୍ୟବସାୟ ପାଇଁ ପସରା ମେଲାଇଥିବା ଉଠା ଦୋକାନୀମାନଙ୍କୁ ୨୦ରୁ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଲେ। କାହା କଥା ଶୁଣିନଥିଲେ ମୁଖାପିନ୍ଧା ଦୁର୍ବୃତ୍ତ। ପରିବାର ପ୍ରତିପୋଷଣ ପାଇଁ ଛୋଟ ଦୋକାନ କରିଥିବା ଉଠାଦୋକାନୀମାନଙ୍କୁ ଗୋଡେଇ ପିଟିବା ସହ ମୁଖାପିନ୍ଧା ଦୁର୍ବୃତ୍ତମାନେ ସେମାନଙ୍କ ଜିନିଷ ପତ୍ରମଧ୍ୟ ନଷ୍ଟ କରିଥିବା ଦେଖାଯାଇଛି। ଭୟ ଓ ଜୀବନ ବିକଳରେ ଦୋକାନୀମାନେ ଏଣେ ତେଣେ ଦୌଡି ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ମାର୍କେଟ ବିଲ୍ଡିଂରେ ଭୟର ବାତାବରଣ ସୃଷ୍ଟି ହୋଇଛି।