ଜଳେଶ୍ୱର,ଏନ୍ଏନ୍ଏସ୍: ଟ୍ରକକୁ ପଛ ପଟୁ ଧକ୍କା ଦେଲା ବସ୍। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଓଡିଶା ଓ ପଶ୍ଚିମବଙ୍ଗ ସୀମା ଟୋଲ ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ କଲିକାତା ଯାଉଥିଲା। ଯିବା ବାଟରେ ଓଡିଶା ଓ ପଶ୍ଚିମ ବଙ୍ଗ ସୀମା ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା।
ତେବେ ଦୁର୍ଘଟଣା ଏବେ ଭୟଙ୍କର ଥିଲା ଯେ ବସ୍ର ଆଗ ପଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ବସ୍ ଡ୍ରାଇଭରର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ତେବେ ଘଟଣା ସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।