ଭୁବନେଶ୍ୱରରେ ବାଲିଯାତ୍ରା: କେନ୍ଦୁଝରର ପୋଡ଼ା ମଟନ ଓ ରାମ ଦୋଳି ମୁଖ୍ୟ ଆକର୍ଷକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କଟକ ବାଲିଯାତ୍ରା ପ୍ରସିଦ୍ଧ ହୋଇଥିବା ବେଳେ ଏହାକୁ ଟକ୍କର ଦେବାପାଇଁ ଭୁବନେଶ୍ୱରରେ ମଧ୍ୟ ଏକ ବାଲିଯାତ୍ରା ଅନୁଷ୍ଠିତ ହୋଇଛି। ଏହି ବାଲିଯାତ୍ରା କୁଆଖାଇ ନଦୀ କୂଳରେ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ସେଠାରେ ସନ୍ଧ୍ୟାରେ ଜନସମାଗମ ହେଉଥିବା ମଧ୍ୟ ଦେଖାଯାଇଛି।

ସେହିପରି ସେଠାରେ ରାମଦୋଳୀ, ବ୍ରେକ ଡ୍ୟାନ୍ସ ଏବଂ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଯାତ୍ରାରେ ବାଙ୍ଗୁଆରୀ, ନହରକଣ୍ଟା, ହରିଦାସପୁର, ମଞ୍ଚେଶ୍ୱର, ଜରିପାଟଣା, ବରିମୁଣ୍ଡା, କଲ୍ୟାଣପୁର, ଗୁଣ୍ଡରପୁର, ମରିଚିଆ ପ୍ରଭୃତି ଅଞ୍ଚଳର ଲୋକେ ଭିଡ ଜମାଉଥିବା ଦେଖିବାକୁ ମିଳିଛି। ସେହିପରି ଏହି ବାଲିଯାତ୍ରା ବିଶେଷ କରି ଛାଡଖାଇ ପାଳନ ନିମନ୍ତେ ଅନୁଷ୍ଠିତ ହୋଇଛି।

ଏହି ପରିପ୍ରେକ୍ଷୀରେ କେନ୍ଦୁଝର ପୋଡା ମଟନ, ଚିଙ୍ଗୁଡି, କଙ୍କଡା ଏବଂ ମାଛରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟର ଷ୍ଟଲ ପଡ଼ିଛି। ମୋଟ ୧୦୦ଟି ଆମିଷ ଷ୍ଟଲ ପଡ଼ିଛି, ଯାହାକି ଲୋକମାନଙ୍କୁ ଏଠାରେ ଆକୃଷ୍ଟ କରିଛି।

ଅନ୍ୟପଟେ ପ୍ରଶାସନ ପକ୍ଷରୁ ରାମଦେଳୀ ବସାଇବାକୁ ଅନୁମତି ମିଳୁ ନଥିଲା। ଯାହାକି ଏହି ବାଲିଯାତ୍ରାର ମୁଖ୍ୟ ଆକର୍ଷକ ପାଲଟିଥିବା ଭୁବନେଶ୍ୱର ବାଲିଯାତ୍ରା କମିଟିର ପ୍ରେସିଡେଣ୍ଟ ଜିଭନ କୁମାର ସୂଚନା ଦେଇଛନ୍ତି। ସେହିପରି ସେଠାରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସେହିପରି ବାଲିଯାତ୍ରା କମିଟିର ସଦ୍ୟସ୍ୟ ମାନେ ଏହାକୁ ପରିଚାଳନା କରୁଥିବାବେଳେ ୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ସେହିପରି ପରିବେଶ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଦୋକାନୀମାନଙ୍କୁ ପଲିଥିନ ନ ବ୍ୟବହାର କରିବାକୁ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।