ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ ତାଡି ନେଇ ଲୁଟ ଘଟଣା। ବାଙ୍ଗଲୋରରୁ ଏହି ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ତେବେ ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ତାଡି ନେଇ ଦୟା ନଦୀରେ ଦୁବୃର୍ତ୍ତମାନେ ଫୋପାଡି ଦେଇଥିଲେ। ପୂରା ଏଟିଏମ ମେସିନକୁ ତାଡି ନେବା ଘଟଣା ଓଡିଶାରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଥିଲା।
ପୂର୍ବରୁ ଏଭଳି ଘଟଣା ଦିଲ୍ଲୀରେ ଘଟିଥିବା ବେଳେ ପୁଲିସ ଏହି ଗ୍ୟାଙ୍ଗକୁ ଖୋଜୁଥିଲା। ତେବେ ଏହି ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟ ବାଙ୍ଗାଦେଶୀ ବୋଲି ଜଣାପଡିଛି। ଏହି ଗ୍ୟାଙ୍ଗକୁ ଧରିବାକୁ କମିସନରେଟ ପୁଲିସର ଏକ ଟିମ ବେଙ୍ଗାଲୁରୁ ଯାଇଥିଲା। ସେଠାରେ ଚଢଉ କରି ୨ ସଦସ୍ୟଙ୍କୁ ଗିରଫ କରିଛି।