ଭୁବନେଶ୍ୱର ଏୟାରପୋର୍ଟରୁ ବନ୍ଧୁକ ଜବତ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ଚେକିଂବେଳେ ବନ୍ଧୁକ ସହ ସମ୍ପକ୍ତ ଯାତ୍ରୀ ଧରାପଡ଼ିଛନ୍ତି। ବନ୍ଧକର କୌଣସି କାଗଜପତ୍ର ନଥିବାରୁ ତାଙ୍କୁ ସ୍ଥାନୀୟ ଥାନାକୁ ହସ୍ତାନ୍ତର କରାଯାଇଛି। ସମ୍ପୃକ୍ତ ଯାତ୍ରୀ ଜଣକ ଚେନ୍ନାଇ ଯାଇଥାନ୍ତେ ବୋଲି ସୂଚନା ମିଳିଛି।