ସାମୟିକ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବନ୍ଦ ହେବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ରିକାର୍ପେଟିଂ ପାଇଁ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ନଭେମ୍ବର ୧ ତାରିଖଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରିତି ୧୦ ରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ। ସେହିପରି ୨୦୨୦ ଏପ୍ରିଲ ୧ ତାରିଖ ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦.୩୦ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏୟାର ପୋର୍ଟ ବନ୍ଦ କରାଯିବା ପାଇଁ ଯୋଜନା ହୋଇଛି। ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରାୟ ୩୯ଟି ବିମାନ ଚଳାଚଳ କରୁଛି। ଶେଷଥର ପାଇଁ ୨୦୦୭ରେ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରେ ରିକାର୍ପେଟିଂ କାମ ପାଇଁ ବିମାନଚଳାଚଳ ବନ୍ଦ ରହିଥିଲା।