ଭୀମକୁଣ୍ଡ ୱାଚ ଟାୱାରରୁ ଚୋରି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭୀମକୁଣ୍ଡର ୱାଚ ଟାୱାରରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଓ ବିଦ୍ୟୁତ ସରଞ୍ଜାମ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିନେଇଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଏକ ୱାଚ ଟାୱାର ନିର୍ମାଣ କରାଯାଇଥିଲା। ଭୀମକୁଣ୍ଡର ସୌନ୍ଦର୍ଯ୍ୟକୁ ୱାଚ ଟାୱାର ଦ୍ୱିଗୁଣିତ କରେ। ଏଠାରୁ ବିଦ୍ୟୁତ ସରଞ୍ଜାମ ଚୋରି ହୋଇଥିବାରୁ ସ୍ଥାନୀୟଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ସଂଧ୍ୟାହେଲେ ଏଠାରେ ଅସାମଜିକ ବ୍ୟକ୍ତିଙ୍କ ଭିଡ଼ ଜମୁ ଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।