ଚିଲିକା ବ୍ଲକରେ ଆରମ୍ଭ ହୋଇଛି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଚିଲିକା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଆରମ୍ଭ ହୋଇଯାଇଛି। ଏଥିରେ ଚିଲିକା ବ୍ଲକରୁ ଶହଶହ ଭିନ୍ନକ୍ଷମ ବ୍ୟକ୍ତି ଏକଜୁଟ ହୋଇଥିବା ଦେଖିବାକୁ ମିଳିଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଖୋର୍ଦ୍ଧା ତରଫରୁ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି। ସାମର୍ଥ୍ୟ ଶିବିରରେ ଯୋଗଦେଇଥିବା ସମସ୍ତ ଭିନ୍ନକ୍ଷମମାନଙ୍କୁ ପରୀକ୍ଷା ନିରୀକ୍ଷା କରିବାପରେ ଡିଜିଟାଲ୍‌ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଯାହାଦ୍ବାରା ସେମାନେ ଉକ୍ତ ପ୍ରମାଣପତ୍ର ଦ୍ଵାରା ସରକାରଙ୍କ ବିଭିନ୍ନ ଯୋଜନାରେ ଭାଗ ନେଇ ଉପକୃତ ହୋଇପାରିବେ।