ଭାରତୀ ଓ ହର୍ଷଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ସର୍ତ୍ତମୂଳକ ଜାମିନ ମିଳିଯାଇଛି। କିଛି ସମୟ ପୂର୍ବରୁ ଏନଡିପିଏସ୍ କୋର୍ଟ ଦୁହିଁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏବେ ଏନସିବି ଓର୍ଡର ପେପରର ଅପେକ୍ଷା କରିଛି। ଏହା ମିଳିବା ପରେ ଦୁହେଁ ଘରକୁ ଯାଇପାରିବେ। ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଆଜି ଏହି ମାମଲାର ବିଚାର ହୋଇପାରିବ ନାହିଁ। କାରଣ ଏନସିବିର ଓକିଲ ଅତୁଲ ସାରପାଣ୍ଡେ ଦୁଇଟି ମାମଲାରେ ବ୍ୟସ୍ତ ଥିବା ଯୋଗୁ ଏନିସିବିର ପକ୍ଷ ରଖିପାରିବେ ନାହିଁ।

ସୂଚନାଯୋଗ୍ୟ, ଏନସିବି ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରିବା ପରେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ପଚରାଉଚୁରା ପାଇଁ ଏନିସିବି ଅଫିସକୁ ଆଣିଥିଲା। ପରେ ଉଭୟ ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିବା ଯୋଗୁ ସେମାନଙ୍କୁ ଗିରଫ କରାଯାଇଥିଲା।