ବିଚାର ବିଭାଗୀୟ ହାଜତକୁ ଗଲେ ଭାରତୀ ଓ ସ୍ୱାମୀ ହର୍ଷ

ମୁମ୍ବାଇ,ଏଜେନ୍ସି: ବଲିଉଡ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ କିଲ୍ଲା ଅଦାଲତ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀ ସିଂଙ୍କ ଓ ତାଙ୍କ ସ୍ୱାମୀ ହର୍ଷଙ୍କର ମେଡ଼ିକାଲ ଯାଞ୍ଚ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ସେମାନେ ଡ୍ରଗ୍ସ ନେଉଥିବା କଥାକୁ ସ୍ୱୀକାର କରିଥିଲେ।

ସୂଚନା ଅନୁସାରେ ଗତକାଲି ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ପକ୍ଷରୁ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ଏନସିବି ରେଡ୍‌ କରି ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ପରେ ଏନସିବି ପକ୍ଷରୁ ପଚରାଉଚୁରା ପାଇଁ ଏନସିବି ଅଫିସକୁ ନିଆଯାଇଥିଲା। ୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ‌ସିବି ଭାରତୀଙ୍କୁ ଗିରଫ କରିଥିଲା। ସେହିପରି ଆଜି ସକାଳୁ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରାଯାଇଥିଲା।