ବିସ୍ଥାପନର ତିନି ବର୍ଷ ପରେ ବି ମିଳିନି କ୍ଷତିପୂରଣ

ବରଗଡ଼,ଏନ୍ଏନ୍ଏସ୍: ବିସ୍ଥାପନର ତିନିବର୍ଷ ପରେ ମଧ୍ୟ ମିଳପାରି ନାହିଁ କ୍ଷତିପୂରଣ ରାଶି । ଏପରି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ବିସ୍ଥାପିତ ହୋଇଥିବା ଝଗଡାବେହେରା ଗ୍ରାମରୁ । ସୂଚନା ଯୋଗ୍ୟ, ୨୦୧୮ ମସିହାରେ ଝଗଡାବେହେରା ଗ୍ରାମ ବିସ୍ଥାପିତ ହୋଇଥିବା ବେଳେ ସେଠାରେ ବସବାସ କରୁଥିବା କେତେକ ଗ୍ରାମବାସୀ ଏ ଯାଏଁ ବିସ୍ଥାପନ ରାଶି ପାଇ ନ ଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ବାରପାହାଡ଼ ଝଗଡ଼ାବେହେରା ଗାଁ ୨୦୧୮ ଜାନୁୟାରୀ ମାସରେ ସବୁଦିନ ପାଇଁ ଜିଲ୍ଲା ମାନଚିତ୍ରରୁ ନିଶ୍ଚହ୍ନ ହୋଇଯାଇଥିଲା ।

ତେବେ ଏହି ଗାଁରେ ବସବାସ କରୁଥିବା କେତେକ ବ୍ୟକ୍ତିଙ୍କୁ ଏଯାଏଁ ବିସ୍ଥାପନ ରାଶି ମିଳିପାରି ନ ଥିବା ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ଅନୁସାରେ ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ବେଳେ ସେଠାରେ ବସବାସ କରୁଥିବା ଭାନୁ ପ୍ରଧାନ ଏଥିରୁ ବଞ୍ଚିତ ହୋଇଛନ୍ତି। ଏନେଇ ଶ୍ରୀ ପ୍ରଧାନ ସୋମବାର ବରଗଡ଼ ଜିଲ୍ଲାପାଲଙ୍କୁ ଲିଖିତ ଭାବରେ ଜଣାଇବା ସହ ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।