ଭଂଶାଲୀ ଓ ଆଲିଆଙ୍କୁ ସମନ୍

ମୁମ୍ବାଇ: ‘ଗଙ୍ଗୁବାଇ କାଠିୟାବାଡୀ’ ଫିଲ୍ମକୁ ନେଇ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ, ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଲେଖକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆଜି ମୁମ୍ବାଇର ମଝଗାଁବ କୋର୍ଟ ଭଂଶାଲୀ, ଆଲିଆ ଓ ଲେଖକଙ୍କୁ ସମନ ପଠାଇ ମାର୍ଚ୍ଚ ୨୧ରେ ହାଜର ହେବାକୁ କୁହାଯାଇଛି।

ଏନଆଇଏର ରିପୋର୍ଟ ମୁତାବିକ, ବାବୁ ରବଜୀ ଶାହଙ୍କ ପିଟିସନକୁ ଆଧାର କରି ଏହି ସମନ ପଠାଯାଇଛି। ବାବୁ ରବଜୀ ଶାହ ନିଜକୁ ଗଙ୍ଗୁବାଇ କାଠିୟାବାଡ଼ୀଙ୍କ ପାଳିତ ପୁଅ ବୋଲି ଦାବି କରନ୍ତି। ଏଥିସହିତ ଫିଲ୍ମରେ ଗଙ୍ଗୁବାଇ କାଠିୟାବାଡ଼ୀଙ୍କ ଚରିତ୍ରକୁ ଭୁଲ ଦର୍ଶାଯାଇଥିବା ରବଜୀ ଆରୋପ ଲଗାଇଛନ୍ତି।