ସତ୍ୟ ସାଇ ବାବାଙ୍କ ଭୂମିକାରେ ଭଜନ ସମ୍ରାଟ ଅନୁପ ଜଲୋଟା

ମୁମ୍ବାଇ: ଭଜନ ଗାୟକ ଅନୁପ ଜଲୋଟା ଆଗାମୀ ବାୟୋପିକରେ ସତ୍ୟ ସାଇ ବାବାଙ୍କ ଭୂମିକାରେ ନଜର ଆସିବେ। ଚଳିତ ମାସରେ ଏହି ଫିଲ୍ମ ସମ୍ବନ୍ଧରେ ଘୋଷଣା କରଯାଇଥିଲା। ସତ୍ୟ ସାଇ ବାବାଙ୍କ ଲୁକର କିଛି ଫଟୋ ମଧ୍ୟ ଅନୁପ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅନୁପ କହିଛନ୍ତି ଯେ, ‘ଆଜିକୁ ୫୫ ବର୍ଷ ପୂର୍ବେ ମୁଁ ବାପାଙ୍କ ସହ ସାଇ ବାବାଙ୍କୁ ଭେଟିଥିଲି। ସତ୍ୟ ସାଇ ବାବା ମୋତେ ଛୋଟ ସାଇ କହିଥିଲେ। ଆଉ ଦୀର୍ଘ ବର୍ଷ ପରେ ବାବାଙ୍କ ଭୂମିକାକୁ ବାସ୍ତବରେ ଦର୍ଶାଇ ନିଜକୁ ଧନ୍ୟ ମନେ କରୁଛି।

ସୂଚନାଯୋଗ୍ୟ, ଶୀର୍ଷକ ସ୍ଥିର ହୋଇନଥିବା ଏହି ଫିଲ୍ମରେ ବିକି ରାଣାବତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଏଥିରେ ଅନୁପ ଜଲୋଟାଙ୍କ ବ୍ୟତୀତ ଜ୍ୟାକି ଶ୍ରୋଫ, ସାଧିକା ରନ୍ଧାୱା, ଗୋବିନ୍ଦ ନାମଦେବ ଓ ଅରୁଣ ବକ୍ସୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।